ପ୍ରେମ ନୁହେଁ ଏକ ଅଜବ କଣ୍ଢେଇ,
ସେ ସଭିଙ୍କ ହାତରେ ନାଚିବ ..
ପ୍ରୀତି ନୁହେଁ ଏକ ପାରିଜାତ ଫୁଲ ,
ସଭିଙ୍କ ଗଭାରେ ସାଜିବ ॥
ସ୍ନେହ ନୁହେଁ କେବେ ବଜାର ପରିବା.
ତାକୁ କିଏ ମୂଲ କରିବ,
ମମତା ଠୁ ବଳି ଅତି ସୁଆଦିଆ
ଦୁନିଆରେ କିଏ ପାଇବ ॥
ସ୍ନେହ, ପ୍ରେମ, ମମତାର ମିଠା
ତାକୁ ଥରେ ଯିଏ ଚାଖିବ,
ଦୁଃଖ ଯାତାନା ରେ ସଢିଗଲେ ସୁଧା
ସେ ଵଞ୍ଚିବା ପାଇଁ ଚାହିଁବ ॥
ଧନ ଚିରସ୍ଥାୟୀ ନୁହଁଇ ଜଗତେ
ସ୍ନେହଟିର ମୂଲ ବେଶି,
ଅକୁଣ୍ଠି ତେ ମୁହିଁ ପ୍ରଦାନ କରୁଛି
ନେବ ତାକୁ ହସି ହସି ॥
~ ସୁମିତ୍ରା ବିଶ୍ୱାଳ ~
ଚାନ୍ଦବାଲି, ଭଦ୍ରକ
6
7 Responses to ମମତା’ର ମୂଲ ~ ସୁମିତ୍ରା ବିଶ୍ୱାଳ ~