ପ୍ରେମ ~ସାଗରିକା ପାଢୀ~

Prema by Sagarika Parhi

ଜୀଵନ ଆରମ୍ଭ ହୁଏ ଯେଉଁ ଶବ୍ଦ ରେ
ଶେଷ ହୁଏ ନାହିଁ କେବେ ସେ ମୃତ୍ୟରେ..॥
ଅଢେଇ ଅକ୍ଷର ଅଟେ ସେ ନାମରେ,
ରହି ଥାଏ ସେ ସଭିଁଙ୍କ କୋମଳ ହୃଦରେ ॥

କେବେ ମା’ ର ମମତା ଭଳି,
ତୋ କେବେ ଭଉଣୀ ର କଳି ପରି ।
କେବେ ବନ୍ଧୁ ର ବନ୍ଧୁତା ତୋ…
କେବେ ବାପା ଙ୍କ ଗାଳି ପରି ॥
ସଭିଁ ଙ୍କ ପାଇଁ ସେ ଅଟେ ଚିହ୍ନା ମୁହଁ..
ନାମରେ ଅଟେ ସେ ପ୍ରେମ ॥

କିଏ କୁହେ ଆରମ୍ଭ ତା ପ୍ରଥମ ଦେଖାରେ..
ତୋ ପୁଣି କେବେ ଆଖି ରେ ଆଖିରେ…॥
ଗଢା ହୁଏ ସେ ସ୍ୱପ୍ନ ରାଇଜରେ …
ସାକାର ହୁଏ ସେ ପୁଣି ଟୋପେ ସିନ୍ଦୁର ରେ …॥
ପବିତ୍ର ସଂପର୍କ ଅଟେ ସେ ଏକା ଦୁନିଆରେ . . . .
ଆଗେଇ ଚାଲେ ସେ ବିଶ୍ୱାସ ଓ ଭରଷାରେ ॥

ରହି ଅଛି ଅମର ସେ ଇତିହାସ ପୃଷ୍ଠାରେ, …
କେବେ ମୀରା ରୂପରେ ….
ତୋ କେବେ ମଜନୁ ରୂପରେ …॥
ତୋଳି ହେବ ନାହିଁ ମୂଲ,..
ସେ ଅଟେ ଅମୂଲରେ. . .
ନା ଅଟେ ତାର , ପ୍ରେମରେ…ପ୍ରେମରେ॥

~ ସାଗରିକା ପାଢୀ ~
ବାସୁଦେବପୁର୍, ଭଦ୍ରକ

 


4

This entry was posted in Literature, Short Poems and tagged , , , , , , , , , , , , , , , , . Bookmark the permalink.

7 Responses to ପ୍ରେମ ~ସାଗରିକା ପାଢୀ~