ନମସ୍ୟ ମୋ ଓଡିଶା ମାଟି ~ ସାଗରିକା ପାଢି ~

Namashya mo Odisha mati by Sagarika Padhi

ପୃଥିବୀ ଭିତରେ ଭାରତ ଦେଶରେ ରହିଛି ମୋ ଓଡିଶା ।
ତା ପାଣି ପବନ ତା ଆକାଶ ମାଟି ସବୁଠୁ ମିଠା ତା ଓଡିଆ ଭାଷା ॥

କେବେ ସେ ରହିଛି ଉଡ୍ର ରୂପରେ କେବେ ପୁଣି ସେ ଉତ୍କଳ ।
ଇତିହାସ ତାର କେତେ ଯେ ନିଆରା ଗାଇ ଉଠି ଥାଏ ତା ନଦୀର ଜଳ ॥

ବାର ମାସ ଯାକ ତେର ପର୍ବ ତାର ସବୁଠୁ ବଢିଆ ରଥ ।
ହାତ ନାହିଁ ସିନା ଜଗତକୁ ଧରି ବିରାଜିଛି ଏଠି ଜଗନ୍ନାଥ ॥

ପୁରବେ ତାହାର ବଙ୍ଗୋପ ସାଗର ମଝିରେ ଜିଲ୍ଲା ତିରିଶି ।
ମହାନଦୀ ସହ କେତେ ଯେ ନଦୀ ଉଦ୍ଭା ହୋଇଛନ୍ତି ଆସି ॥

କାରୂକାର୍ଯ୍ୟ ପୂର୍ଣ୍ଣ ତା କୋଣାର୍କ ମନ୍ଦିର ବିଶ୍ୱପ୍ରସିଦ୍ଧ ଆଜି ।
ରହିଛି ରହିବ ଖଣ୍ଡଗିରି ତାର ଉଦାହରଣ ସାଜି ॥

ସମ୍ବଲପୁର ର ସମ୍ବଲପୁରୀ ନୃତ୍ୟ ଆହା କି ମନଲୋଭା ।
ହୀରାକୁଦ ସହ ଧଉଳି ପାହଡ ବଢାଇ ଚାଲିଛି ଶୋଭା ॥

ମନ୍ଦିର ମାଳିନୀ ରାଜଧାନୀ ପୁଣି ନାମରେ ଭୁବନେଶ୍ୱର ।
କ୍ଷେପଣା ଅସ୍ତ୍ର କୁ ପରକ୍ଷି ଚାଲିଛି ବାଲେଶ୍ଵର ଚାନ୍ଦିପୁର ॥

ତାରକସି କାମ କଟକରେ ପୁଣି ବାଲିଯାତ୍ରା ର ଭିଡ ।
ହୀରାକୁଦ ପାଇଁ ମୋ ଓଡିଶା ଆଜି ଜଣାଶୁଣା ଚାରିଆଡ ॥

ଗୋପବନ୍ଧୁ ସହ ଫକୀର ମୋହନ, ବିର୍ସା ମୁଣ୍ତାର ମାଟି ।
ସାଜିଛି ଗୌରବ , ବଢାଏ ଗାରିମା ପ୍ରସିଦ୍ଧ ସେ ବାରବାଟୀ ॥

କେତେ କେତେ ମୁନି କେତେ ଗୁଣୀ ଜ୍ଞାନି ଜନ୍ମ ନେଇଛି ଏଠି ।
ଗର୍ବିତ ଆଜି ଓଡିଆ ବୋଲି ମୁଁ ଚିର ନମସ୍ୟ ମୋ ଓଡିଶା ମାଟି ॥

 

~ ସାଗରିକା ପାଢି ~

ବାସୁଦେବପୁର, ଭଦ୍ରକ


2

This entry was posted in Literature, Short Poems and tagged , , , , , , , , , , , , , , . Bookmark the permalink.

One Response to ନମସ୍ୟ ମୋ ଓଡିଶା ମାଟି ~ ସାଗରିକା ପାଢି ~