ମାଟି ଆକାଶ ର ସୁ-ସଂଯୋଗ ରେ,
ସୃଷ୍ଟି ହୋଇଛି ମାଆ …॥
ତୋଳି ହୁଏ ନାହିଁ ମୂଲ ଯେ ତାହାରି ,
ସବୁଠୁ ସୁନ୍ଦର ନାଆ…॥
ଆକାଶ ପରି ସେ ମହାନ ଅଟଇ,
ମାଟି ପରି ସର୍ବସଂହା…॥
ଫୁଲ ପରି ତାର କୋମଳ ହୃଦୟ,
ସଭିଙ୍କୁ ହୁଏ ସେ ସାହା …॥
ଗଙ୍ଗା ପରି ସେ ପବିତ୍ର ଅଟଇ,
ଗୀତା ପରି ସେ ସଂସ୍କାରି…॥
ଏ ଦୁନିଆ ରେ କେହି ଯେ ନାହାନ୍ତି,
ହବ ସମକକ୍ଷ ତାହାରି …॥
ପଣତ ତାହାର ଶ୍ରୀ ମନ୍ଦିର ନେତ,
ଛୁଇଁ ପାରିବନି ପାପ …॥
ଵକ୍ଷରୁ ଝରାଇ ଅମୃତ ର ସ୍ରୋତ,
ନ ଦିଏ କାହକୁ ଦୁଃଖ …॥
ସବୁ ଦୁଃଖ କୁ ସେ ଛାତି ରେ ଚାପି ,
ହୋଇ ଯାଏ ନିଜେ ଦୁଃଖି .. ॥
ଛୁଇଁବାକୁ ନ ଦିଏ ଦୁଃଖ ର ପସରା ,
ଦେଇ ଜାଣେ ଖାଲି ଖୁସି ॥
ସୁଝି ହେବ ନାହିଁ ଋଣ ଯେ ତାହାରି ,
ନେଲେ ଫଛେ ଶହେ ଜନ୍ମ ॥
କହିବା ପୂର୍ବରୁ ସବୁ ଜାଣେ ପାରେ,
ମୁହଁ ଦେଖି ବୁଝି ଯାଏ ମନ ॥
ହେ! ପ୍ରଭୁ ଦିଅ ମୋତେ ଶକ୍ତି,
ଚିର ଦିନ ଥାଉ ତା ପାଦେ ମୋର ଭକ୍ତି ॥
ନ ଦିଏ ଆଖି ରେ ତା କେବେ ଲୁହ,
କଟି ଯାଉ ଦିନ ମୋର ଦେଖି ତାର ମୁହଁ ॥
ମୋ ପାଖେ ଥିଲେ ସେ ଡର ନାହିଁ ,
ଆସୁ ଯେତେ ଝଡ ବତାସ ବାଆ ॥
ସମ୍ଭବ ହୋଇବ ସବୁ ଅସମ୍ଭବ,
ପାଖରେ ଥିଲେ ମୋ ମାଆ…॥
~ ସାଗରିକା ପାଢୀ ~
ବାସୁଦେବପୁର୍, ଭଦ୍ରକ
3
One Response to ମୋ ମାଆ ~ ସାଗରିକା ପାଢୀ ~