ଋତୁରେ ଶ୍ରାବଣୀ ~ ଅଳକା ମହାନ୍ତି ~

Ruture Srabana by Alka Mohanty

ହେ ଶ୍ରାବଣୀ ,
ତୁମେ ଚିର ବନ୍ଦିତା ପ୍ରଶମିତ କର ତାତି,
ଧରଣୀ ରାଣୀ ମୁଁ ରୌଦ୍ର ତାପେ ତପେ
ନଥିଲେ ତୁମର ସ୍ଥିତି।।

ହେ ଶ୍ରାବଣୀ,
ତୁମ ତିଯୋରି ର ଅବାରିତ ବାରି
ବୁଝିପାରେ ମୋର ସ୍ଥିତି,
ଚାତକ ପକ୍ଷୀ ମୁଁ ଝୁରି ହେଉ ଥାଏ
ତୁମର ଯେ ଉପସ୍ଥିତି।।

ହେ ଶ୍ରାବଣୀ,
ତୁମେ ନୀଳ ଗଗନ ରେ
ପ୍ରେମ ଗୀତ ମିଳନର,
ଆଙ୍କି ଦିଅ ହୃଦେ ଇନ୍ଦ୍ରଧନୁ ଟିଏ
ଆଣି ରୂପର ସମ୍ଭାର।।

ହେ ଶ୍ରାବଣୀ,
ତୁମେ ଝରି ଝରି ଆସ
ସ୍ବପ୍ନ ସୁନ୍ଦରୀ ହୋଇ,
ପୁରା କର ଧାମେ,ସ୍ବପ୍ନ ଅଭିଳାଷ
ପବିତ୍ର ଫଲଗୁ ହୋଇ।।

 

~ ଅଳକା ମହାନ୍ତି ~

ନଭି ମୁମ୍ବାଇ


0

This entry was posted in Literature, Short Poems and tagged , , , , , , , , , , , , , , . Bookmark the permalink.