SAMAYA ସମୟ by Ms. Minakshi Sahoo (ମିନୁ)

Odia Short poem "Samaya" by Ms. Minakshi Sahoo

ରହିଯା ସମୟ !!
ଘଡିର ଟିକ୍ ଟିକ୍ ଶବ୍ଦରେ
ହୃଦୟ ଟା ବି ଠକ୍ ଠକ୍ କରେ
ଆଉ ନିସ୍ତବ୍ଧ ହୁଏ !!

ଆଉ
ମନ ବିଛୁରିତ ଅଥୟ
ମୁକୁଳା କେଶରେ
ଅସଜଡା ମନ
ବିଦାୟ ମାଗେ
ଚୁପଚାପ ହଜିଯାଏ
ନିଜ ଅଜାଗା ଘା ରେ !!

ଇଛା ହୁଏନା
ମନର କାରାଗାର କୁ
କାହା ଆଗରେ ବିଛୁରିତ କରିବାକୁ !!

ଇଛା ହୁଏନା
ତାରାକୁ ତାରା ସଙ୍ଗେ ଯୋଡ଼ି
ନିଜ ସଙ୍ଗ ଖୋଜିବାକୁ !!

ଇଛା ହୁଏନା………

~ମିନୁ~


3

This entry was posted in Literature, Short Poems and tagged , , , , , , , , , , . Bookmark the permalink.

One Response to SAMAYA ସମୟ by Ms. Minakshi Sahoo (ମିନୁ)