KANDHEI କଣ୍ଢେଇ by ~ Mrs. Minakshi Sahoo ଶ୍ରୀମତୀ ମିନାକ୍ଷୀ ସାହୂ ~

Odia short story Kandhei by Minakshi Sahoo

ପିଲାବେଳ ସମସ୍ତଙ୍କ ର ନିଆରା । ସେମିତି ପିଲାବେଳେ ଆଜି ବି ମୋର ମନେ ପଡେ । ସବୁ ପିଲାବେଳ ସ୍ମୃତି କିଛି ନା କିଛି ସମସ୍ତେ ସାଇତି ରଖି ଥାନ୍ତି । ହଁ ମୋର ଗୋଟେ ପିଲା ବେଳର କଣ୍ଢେଇ ଆଜି ବି ମୋ ପାଖେ ଅଛି । ଆଉ ତାକୁ ଦେଖି ଦେଲେ ମନ ବି ଭରି ଯାଏ ।

ହଁ ଆମେ ଭାଇ ଭଉଣୀ ଛ ଜଣ । ଆଉ ସବୁ ଠୁଁ ସାନ ମୁଁ, ଭାରି ଅଭିମାନୀ ଆଉ ଜିଦିଆ ସ୍ବଭାବ ର । ସବୁ ଠୁଁ ସାନ କାହାଠୁ ହତାଦର ପାଇନି । ବାପା ମୋର ଭାରି ଗମ୍ଭୀର ମିଜାଜର ଶାନ୍ତ ଭାରି ରାଗି ! ବ୍ୟବସାୟୀ ।ଭାଇ ଭଉଣୀ ଛ ଆଉ ସବୁ ପଢୁଥାଉ । ମା ଗୃହୁଣୀ ।ପାଠ ପଢା ଅଳ୍ପ । କିନ୍ତୁ ପିଲାମାନଙ୍କୁ ଭାରି ତାଗିଦ୍ ।

ହଁ , ପିଲାବେଳ କଥା କହୁଥିଲି । କଣ୍ଢେଇ ଗୋଟେ ଯାହା ମୋର ଜଣେ ବଡ଼ ବଡ଼ ଭାଇ (ମାମୁଁ ଙ୍କ ପୁଅ ପ୍ରମୋଦ ଭାଇ) ଦେଇ ଥିଲେ । ଭାରି ସ୍ନେହି ପିଲା ବେଳର ସବୁ କଥା ତାଙ୍କର ମୋର ମନେଅଛି ।ସେ ସବୁଠୁ ବଡ଼ ଥିଲେ । ସେ ଆମ ଘର କୁ ଆସିଥାନ୍ତି, ରଥଯାତ୍ରା ସମୟ ମୋତେ କହିଲେ ଚାଲ ଯିବା ରଥଯାତ୍ରା ଦେଖିବାକୁ । ସେବେ ତ ଗାଡି ବୋଲେ ସ୍କୁଟର ନହେଲେ ଲୁନା । ସ୍କୁଟର ରେ ବସିଲୁ ଆଉ ଚାଲିଲୁ । ରଥଯାତ୍ରା ପାଇଁ ଭାରି ଭିଡ । ବଡ଼ଦାଣ୍ଡ ଯାଏ ଯିବା ଅସମ୍ଭବ । ଗୋଟେ ଜାଗାରେ ଗାଡ଼ି ରଖିଲେ ଆଉ ମୋ ହାତ ଧରି ଚାଲିଲେ,ଭିଡ଼ରେ ମୋତେ କୁଆଡେ଼ ବା ନେବେ। ସେଇଠି ମୁଣ୍ଡିଆ ମାରି ସେଇଠୁ ଫେରିଲୁ । ଖେଳନା ଭଳିକି ଭଳି ରାସ୍ତା କଡରେ ।ଭାଇ ପଚାରୁଥାନ୍ତି ରାସ୍ତା ସାରା କଣ ନବୁ କିରେ । ମୋ ପାଟି ଚୁପ୍ । କିନ୍ତୁ ବଜାର ଯେବେ ଆସିଗଲା ତାଳଚେର ଟାଉନ ଗୋଟିଏ ବଡ଼ ଦୋକାନ ସେତେବେଳେ ନିପୁନ ଭେରାଇଟ ଷ୍ଟୋର ,ଆଉ ସେଇଠି ପଚାରିଲେ କଣ ନବୁ କହ । ମୁଁ କହିଲି ଭାଇ ମୁଁ କିଛି ନେବିନି । ସେ ଫଟ୍ କି ଗୋଟେ ସୁନ୍ଦରିଆ କଣ୍ଢେଇ ଗୋଟେ ଧରେଇ ଦେଲେ, ଆଖି ତା’ର ମଟ୍ ମଟ୍ କରୁଥାଏ । ନୀଳ ଟପ୍ ଆଉ ସ୍କର୍ଟ୍ ଚେକ୍ ଚେକ୍ ,ଚୋଟି ମେନଚେ । ଧଳା ରଙ୍ଗର ସୁ ।ଘରକୁ ଆସି ଦେଖିଲି ଆଉ ବହୁତ ଖୁସି ହେଲି । ଯାହା ହେବା ସ୍ୱଭାବିକ ।

ଏମିତି ଦିନ ପରେ ଦିନ ଚାଲେ । ମୁଁ ସ୍କୁଲ ଯିବା ବାଟରେ ଆମ ଦୋକାନ । ଦୋକାନ କୁ ମା ରାସନ୍ ଆଣିବା ପାଇଁ ପଠାଏ ଆଉ ଦିନେ ଦୋକାନ ଯାଏ କାନ୍ଧରେ ବ୍ୟାଗ୍ ଗୋଟେ ଝୁଲେଇ । ମା ଗଣି ଗଣି ଜିନିଷ କହିଥାଏ ଆଣିବା ପାଇଁ । ୧ ୨ ୩ ୪ ୫ ସଂଖ୍ୟା ମନେ ରହେ। ବାସ୍ ଜିନିଷ ଯାହା ମନେ ନ ରହେ ୫ ଟା ଜିନିଷ ଆଣିଲେ ଭାରି କାମ ହେଇ ଗଲା ।
ହଁ ସେଇ ଦିନ ଜିନିଷ ଆଣିବାକୁ ଯାଇ ଥାଏ ।ଆମ ଦୋକାନ ପାଖରେ ବିନୋଦ ଭେରାଇଟ୍ ଷ୍ଟୋର ଗୋଟେ ଅଛି ସେଠି ଅବିକଳ ମୋ କଣ୍ଢେଇ ଗୋଟେ ଝୁଲୁଛି । ଆଉ ବାପା ଙ୍କୁ କହିଲି ବାପା ସେ କଣ୍ଢେଇ ମୁଁ ନେବି । ବାପା କହିଲେ ତୋର ଗୋଟେ ଅଛିବା । ମୁଁ କହିଲି ସେଇଟା ବି ମୋର ଦରକାର ।ବାପା ନାହିଁ କରିଦେଲେ ।ମନ ଦୁଃଖ ହେଇଗଲା । ମୁଁ ରାସ୍ତା କ୍ରସ କରି ଆସିଲା ବେଳକୁ ପଛ ଆଡୁ ଡାକ ଶୁଭିଲା ରୀନା ଶୁଣୁ ।ଫେରିଲି ବାପା କଣ୍ଢେଇ ବଢ଼େଇ କହିଲେ ନେ । ମୁଁ ଆଶ୍ଚର୍ଯ୍ୟ ହେଇ ରାସ୍ତା କ୍ରସ କରି ଆସୁଥାଏ ମନରେ ଅଜସ୍ର ପ୍ରଶ୍ନ ବାପା ଦେଉ ନ ଥିଲେ କାହିଁକି ଦେଲେ ।

ପୁଣି ଫେରିଲି ଦୋକାନ କୁ ,କହିଲି ବାପା ଏଇଟା ମୁଁ ନେବିନି ସେ ଛୋଟ କଣ୍ଢେଇ ଟା ନେବି । ବାପା କହିଲେ ପୁଣି କ’ଣ ହେଲା ତୋର ? କିଛି ନାହିଁ ମୁଁ ଏଇଟା ନେବି ।

~ମିନୁ (ମିନାକ୍ଷୀ)~


1

This entry was posted in Literature, Short Stories and tagged , , , , , , , , . Bookmark the permalink.