ମୁଖା ତଳେ ଲୁଚିରହିଥିବା ସେ ଆଖି କୁ
କେବେ ଆଇନା ଦେଖି ପଚାରିଛ କି
କେତେ ଲୁହ ଜାକିଛି??
ଭାବପ୍ରବଣତା ରେ ଖାଲି ସେ
କେତେ ସ୍ୱପ୍ନ ସାଉଁଟିଛି,
ସୀମାହୀନ ସାଗର ବୁକୁ ପରି
ନିଳ ଆକାଶ ର ଭସା ବାଦଲ ପରି
ସବୁ ସେ ଆଖି ଆଗରେ ଭାସି ଯାଉଥିଲେ ବି
କେତେଥର ହାତ ବଢେଇଛି
ତୋଳି ଆଣିବାକୁ….
ହେଲେ ଥରେ ପଚାର ସେ ମୁଖା କୁ
ସବୁ ସ୍ବପ୍ନ ତା ଆଖିରେ
ସବୁ ଭାବପ୍ରବଣତା ତା ଆଖିରେ
ଭସା ବାଦଲ ବି ତା ହାତ ମୁଠାରେ
ସାରା ଦୁନିଆଟା ତା ଆଖି ଇସାରା ରେ…
ଏ ସବୁ ପ୍ରଶ୍ନ ଭିତରେ
ଗୋଲାପୀ ଓଠ
ଧାରିଏ ହସିଦେଇ କହେ
ଏ ଆଖି, ଆଉ ସ୍ୱପ୍ନ ଦେଖେନି
ମୁଁ ମିଛ କହି କହି ଥକି ଗଲିଣି
ମୁଖା ତଳେ ଲୁଚି ରହିଯିବା ଟା ହିଁ ଶ୍ରେୟ……
ଏ ଦୁନିଆ ଖାଲି ମୁଖା ଖୋଜେ
ମୁଖା ଭିତର ର ସେ ମୁକ୍ତା କୁ
କିଏ ବା ପଚାରେ.……????
~ଜାଗୃତି ରଥ~
ଅନୁଗୁଳ
7