ଝିଅ ~ ସ୍ମିତା ତ୍ରିପାଠୀ ~

Short story in Odia "JHIA" by Smita Tripathy

ଝିଅ ଟିଏ ଜନ୍ମ ହେଲା ପରେ ତାର ବାପ ଘର ରହିବା ସମୟ ବୋଧ ହୁଏ ସୀମିତ ଯଦି ଭାଇ କି ଭଉଣୀ ନାହାନ୍ତି ତେବେ ରକ୍ଷା ନ ହେଲେ ଜେଣ ତେନ ବିଦା କରିବା ବୋଧେ ସାଂସାରିକ ନିୟମ ।।

ସେଇ ନିୟମ କୁ ସବୁବେଳେ ମୁ ମାନିବାକୁ ରାଜି ନୁହଁ କାରଣ ଯେ ଯାଏ ଝିଅ ଟା ନିଜ ପକ୍ଷେ ଦୃଢ଼ ଓ ମାନସିକ ଭାବେ ସ୍ଥିର ନ ହେଇଚି ସେ ଯାଏ ବିବାହ କରେଇବା ସମୀଚିନ ନୁହଁ ।।ଅବଶ୍ୟ କିଛି କ୍ଷେତ୍ର ରେ ସବୁ ଠିକ ହେଇଯାଏ ଝିଅ ଟି ସବୁ ଚଳେଇ ନେଇ ସହିଯାଏ ।।

ସେଇମିତି ଗୋଟେ ଝିଅ ଜିନୁ ବିବାହ ର 6 ମାସ ପରେ ସେ ନିର୍ଯାତନା ସହି ନ ପାରି ପଳେଇଆସିଥିଲା ବାପ ଘର ର ଆଶ୍ରୟ ନେବାକୁ ।।ଅବଶ୍ୟ ନିଜର ଅଜ୍ଞାନତା ବଶତଃ ତାର ଗର୍ଭ ରେ ଭୃଣ ଟିଏ ଜନ୍ମିସାରିଥିଲା ।।ବାର ବାର ଚେଷ୍ଟା କରିଥିଲା ଭୃଣ ହତ୍ୟା କରି ପିଲା କୁ ନ ରଖିବାକୁ କିନ୍ତୁ ନିଜ ବିବେକ ର ଦ୍ୱାହି ରେ ଦଂଶିତ ହେଇକି ଫେରି ଆସିଲା ପରେ ନିଷ୍ପତ୍ତି ନେଲା ଗର୍ଭ ରେ ରଖିବାକୁ ।।

ନାନାଦି ଯନ୍ତ୍ରଣା ଓ ସବୁ ଭିତରେ ବି ଛୁଆ ଟା ଠିକ ରେ ଜନ୍ମ ହେଲା ଆଶା ଟିକେ ଥିଲା ବାପା ତାର ଛୁଆ ମୁହଁ ଚାହିଁ ଆସିବ କିନ୍ତୁ ଝିଅ ବୋଲି ମୁହଁ ଫେରେଇ ଦେଲେ ସବୁ ।।

ଏତିକି ରେ ଝିଅ ଟି ଭାଙ୍ଗି ନ ପଡି ନିଜ ଆଡୁ ଛାଡ଼ପତ୍ର କରିକି ନିଜ ଚାକିରୀ ର ସନ୍ଧାନ ରେ ଲାଗିଗଲା ।।

ଭଗବାନଙ୍କ ଦୟା ଆତ୍ମବିଶ୍ଵାସ ଯୋଗୁ ସେ ସରକାରୀ ବିଭାଗ ରେ ମିଳିଗଲା ।।

ବାପା ମା ଭାବିଲେ ଆଉ ଥରେ ବିବାହ କରିଦେବାକୁ ଆଜି କାଲି ତ ଏମିତି ହଉଛି ଓ ଉଚ୍ଚ ଶିକ୍ଷିତ ମାନେ କାଳେ ବୁଝିବେ ବୋଲି ।।

ଏମିତି ଖୋଜୁ ଖୋଜୁ ଗୋଟେ ପ୍ରସ୍ତାବ ବି ମିଳିଯାଇଥିଲା ପିଲାଟି ଥିଲା ଡାକ୍ତର ।।ସେ ସବୁ ଜାଣି ଝିଅ କୁ ଦେଖି ଆସିଲା କଥା ବାର୍ତା ପରେ ସେ ଯୌତୁକ ଓ ଅନ୍ୟାନ୍ୟ କିଛି ଦାବି କଲା ।।

ସମାଜ ର ଦ୍ୱାହି ରେ କନ୍ୟା ପିତା ମତ ପୁଣି ଯୌତୁକ ଦେଇକି ବିଦା କରିବାକୁ ଚିନ୍ତା କଲେ ।।ଏହି ସମୟ ରେ କୁନି ଝିଅ ଟି ଧାଇଁ ଆସିଲା ।।

ସେଇ ଝିଅ କୁ ଦେଖି ଡାକ୍ତର ପିଲା କହିଲା ହଁ ଆଜ୍ଞା ମନେ ନ ଥିଲା ଝିଅ ଟା କଥା ।।ମୋ ଗୋଟେ ସର୍ତ ସେ କୁନି ଝିଅ କୁ ମୁ ଗ୍ରହଣ କରିବିନି ।। ଅନ୍ୟ ର ଝିଅ କୁ ନେଇ କିଏ ଅଯଥା ଜଞ୍ଜାଳ ବଢେଇବ ।।

ବାସ ଏତିକି ରେ କନ୍ୟା ଆଶ୍ଚର୍ଯ୍ୟ ହିଁ ହେଇଗଲା ।।

ସେ ପୁଅ ଟିକୁ କହିବାକୁ ଲାଗିଲା ଝିଅ ଟା ମୋର ମୁ ରଖିବାରେ ଅସୁବିଧା କଣ??

ଆରେ ତମେ ବୁଝୁନା ଆଜି କାଲି କା ଦୁନିଆ ଯାହା ଝିଅ ରଖିବା ମୁସ୍କିଲ..

ଝିଅ ଟି ଅତ୍ୟନ୍ତ ବିକଳ ଅବସ୍ଥା କୁ ଆସିସାରିଥିଲା କିନ୍ତୁ ଝିଅ କୁ ମୁ ଜନ୍ମ କରିଛି ମୁ ରଖିବି ନା…

କିଛି ନ କହି ପୁଅ ଟି ସିନା ଚାଲିଗଲା ।।

ଝିଅ ଟିର ମନ ରେ ଅନ୍ତର ରେ ବହୁତ ଭାବନା ଛାଡ଼ିକି ହିଁ..

ଏ ଭିତରେ ଫୋନ ନଂ ଦିଆ ନିଆ ବି ହେଇଥିଲା ।।

ପ୍ରତି ଥର କଥା ବାର୍ତା ବେଳେ ଝିଅ କୁ ନ ଆଣିବାକୁ ପୁଅ ଟି କହୁଥାଏ କିନ୍ତୁ ଝିଅ ଟି କହୁଥାଏ ମୁ ତାର ଜନ୍ମ ତାତ୍ରୀ ।।

ଦିନେ ସେ ବିରକ୍ତ ହେଇ କି କହିଲା କାହିଁକି ତାକୁ ରଖିଛ ମାରିଦେଲନି ।।ସହଜେ ତ ଛାଡ଼ ଖାଇ ତ ନିଜେ ।।ନିଜେ ତ ପତି ପରିତ୍ୟକ୍ତା ।।

ବାସ ସେଇ କଥା ପଦୁରେ ଧୈର୍ଯ୍ୟ ର ପାହାଡ଼ ହି ଭାଙ୍ଗିଗଲା ।।

କହି ଚାଲିଲା “ମୁ ଦୁଃଖିତ ଆପଣ ଙ୍କୁ ମୁ ଗ୍ରହଣ କରିପାରୁନି ଆଉ ଆପଣ ମୋ ପାଇଁ ଯୋଗ୍ୟ ନୁହନ୍ତି, ଖାଲି ପଢ଼ିଦେଲେ ମଣିଷ ବଡ଼ ହେଇଯାଏ ସେ କଥା ଭୁଲିଯାନ୍ତୁ ଆଉ ହଁ ଆପଣ ଆଜି କହିପାରିଲେ କାଲି ବି ମୁ ବି ଝିଅ ନା ମୋତେ ବି ମାରି ଦେଇପାରନ୍ତି ।।କିନ୍ତୁ ମନେ ରଖନ୍ତୁ ଝିଅ ମାନେ ହିଁ ଝିଅ କିଣା ବିକା ଓ ଇଚ୍ଛା ର ଜିନିଷ ନୁହଁ ।।ଆଜି ଯଦି ଆପଣଙ୍କ ଝିଅ ହେଇଥାନ୍ତା ଆପଣ କଣ କହିଥାନ୍ତେ ।। ମୁ ସ୍ବାଭିମାନି ଝିଅ ମୁ ବଂଚିଯିବି ନିଜ ସ୍ଵାଭିମାନ ରେ କିନ୍ତୁ ଆପଣଙ୍କର ଅହମିକା ଓ ଝିଅ ଜାତି ପ୍ରତି ଘୃଣା କୁ ଗ୍ରହଣ କରି ପାରିବିନି । ମୁ ପତି ପରିତ୍ୟକ୍ତା ନୁହଁ ସେ ମୋତେ ଛାଡି ନାହାନ୍ତି ମୁ ତାଙ୍କୁ ହିଁ ଛାଡି ଆସିଛି ।”

ସଂଗେ ସଂଗେ ପ୍ରତ୍ୟୁ ତ୍ତର ଆସିଲା ଇଡ଼ିଅଟ uneducated ବୁଦ୍ଧି ନାଇଁ ମୋ ପରି ଡାକ୍ତର କୁ ମନା କଲା ।।
ନୀରବ ରେ ବସିକି ଜିନୁ ଭାବୁଥାଏ
ତେବେ educated କିଏ???

କଣ education ଦେଇଦେଲେ ବିବେକ ଓ ମନ କିଣିହୁଏ ???

 

~ ସ୍ମିତା ତ୍ରିପାଠୀ ~


3

This entry was posted in Literature, Short Stories and tagged , , , , , , , , . Bookmark the permalink.