ଗାନ୍ଧିଜୀ !
ତୁମେ ଫେରିଆସ ।
ଏ ମାଟି ମଣିଷ ସହ
ଗଢିଥିବା ସମ୍ପର୍କ ଆଉଥରେ
ଜୀବନ୍ତ ହୋଇଉଠୁ !
ଆଜି କେମିତି ଅବାଟରେ
ନିଶାରେ ଟଳୁଛି ଉଦ୍ଦାମ ଜନତା ।
ନାରୀ ହୁଏ ଅସହାୟା…
ମାନବିକତା ବି ନିଷ୍ଠୁର ହୋଲାଣି ।
ତୁମେ ଲୁହ ଲହୁକୁ ଏକାକାର କରି
ପରାଧୀନତାର ଶୃଙ୍ଖଳକୁ
ଛିଣ୍ଡାଇ ଦେଇଥିଲ ।
ହେଲେ…
ଏ ମଣିଷ
ସ୍ବାର୍ଥରେ ଅନ୍ଧ ହୋଇ
ସୁନାର ଭାରତକୁ
କଳା ଚାଦରରେ ଢାଙ୍କିଲାଣି…
ଶାନ୍ତ ସରଳ ମଣିଷ ପ୍ରତିଟି ମୁହୂର୍ତ୍ତ
ଯନ୍ତ୍ରଣାରେ ଛଟପଟ….
ତଳଠୁ ଉପର
ସମସ୍ତେ ଲାଞ୍ଚ ଖୋର ଏଠି ।
ଗରୀବର ଝାଳ ବୁହା ଅର୍ଥ
ହୁଏ ଲୁଟ୍,ଭଦ୍ରମୁଖାଙ୍କ ଦ୍ୱାରା…
କଥା କଥା କେ ହିସାଂ ତାଣ୍ଡବ….
ଭାଇ ଭାଇରେ କଳହ…
ଅନ୍ଧ ବିଶ୍ଵାସରେ ମତୁଆଲା…
ନିର୍ବାକ୍ ସାଜିଛି ସମଗ୍ର ସଭ୍ୟତା !
ଅସଜଡା ଓ ବିସ୍ତବତା
ସବୁ ଲୋକ ଦେଖାଣିଆ…
ଖଟି ଖାଇବାର ନା ଧରୁନି ସମାଜ
ଅଳସ ଓ ଆଡମ୍ବର ହେଲାଣି
ମିଥ୍ୟା ଫେସନର ମଣିଷ ।
ଜୀବନ ଜଳୁଛି
ଗର୍ବ ଆଉ ଅହମିକାରେ !!
ହେ ଗାନ୍ଧୀ!
ତୁମେ ଫେରିଆସ ।
ତୁମରି ଭାରତକୁ…
ଆମ ଅର୍ଯ୍ୟଭୂମିକୁ
ସଜାଡି ଦିଅ… ।
କୁବାଟର ମଣିଷଙ୍କୁ
ବାଟ ଦେଖାଅ !!
~ ରାଜେଶ୍ବରୀ ନାୟକ ~
1