ଭାଵନାର ପ୍ରତି ଶବ୍ଦକୁ ଯୋଡିଲେ
ହୋଇଯାଏ ବାକ୍ୟଟିଏ,
ସେହି ଭାବନାକୁ ଯେ ଲେଖି ପାରୁଛି
କବିଟିଏ ସିଏ ହୁଏ ॥
କବି ବୋଲି କେବେ ଭାବେ ନାହିଁ ମନେ,
ଭାବେ ମୁଁ ଭାବୁକ ଖାଲି,
ସୁନା ବୋଲି ଯାହା ବର୍ଣ୍ଣନା ମୁଁ କରେ
ବାସ୍ତବତା ତାହା ବାଲି ॥
ଦ୍ଭାବନାରେ ମୋର ଅବୁଝା ଏ ମନ
କେବେ ଥାଏ ଜହ୍ନ ପାଶେ,
କେବେ ପୁଣି ତାକୁ କାକର ଟୋପାଟି
ମୋତି ପରି ଝଲସି ଦିଶେ ॥
ଭାବନାରେ ଏହି ଭାବୁକ ମନଟି
ଅବାସ୍ତବ କୁ ଲେଖେ,
ଅବାସ୍ତବକୁ ବାସ୍ତବତା କରି,
ତା ମନ ଭିତରେ ରଖେ ॥
ଭାଵନାର ମୋର ପ୍ରତିଟି ଛନ୍ଦରେ
କେତେ ଯେ ରହସ୍ୟ ଲେଖା,
ସେହି ରହସ୍ୟକୁ ମୋ ମନରୁ ଆଜି
କରିଦେଇ ଗଲେ ବ୍ୟାଖା ॥
~ ସୁମିତ୍ରା ବିଶ୍ୱାଳ ~
ଚାନ୍ଦବାଲି, ଭଦ୍ରକ
1