ଭୁଲି ଯାଅ ପ୍ରିୟେ ମାନ ଅଭିମାନ
ଦେଖ ମୋର ମଧୁ ପ୍ରୀତି
ତୁମେ ପରା ମୋର ହୃଦୟ ର ରାଣୀ
ଗୀତ ଗୋବିନ୍ଦ ର ଗୀତି।
ତୁମେ ମୋର ସ୍ୱନ ମୁରଲୀ ର ତାନେ
ତୁମେ ମୋ ପ୍ରେମ ର ବୀଣା
ତୁମ ବିନୁ ସବୁ ଶୁଷ୍କ ମରୁଭୂମି
ତୁମେ ପବିତ୍ର ଝରଣା।
ମାନବୀୟ ଲୀଳା କରି ଶିଖାଇଲ
ମୂଲ୍ୟ ବାନ ପରିବାର।
ବିନା ପାରିବାରେ କେହି ରହି ନାହିଁ
ରସ ହୀନ ସେ ଜୀବନ।
କଳି ଯେବେ କରି ବସିବ
ସାଥେ ଥିବ ଭାଇ,
ମାତୃ ସ୍ନେହେ ଭରା ଆମ
ସୁନା ନାକି ଭଗ୍ନୀ।
ମାଇଚିଆ ବୋଲି ଲୋକେ
କହିବେଟି ମୋତେ
ଯଦି ଯିବି ଏକା ହୋଇ
ତୁମ୍ଭେ ଥିବ ସାଥେ।
ଜାଣିଛି ମୋ ପଦ୍ମାଳୟା
ଅନନ୍ୟ ତା ମତି
ସଂକୀର୍ଣ୍ଣତା ନାହିଁ ମନେ
ସେ ଜଗତ ଧାତ୍ରୀ।
ରସୋଗୋଲା ହାଣ୍ଡି ଖାଲି
ଦେଖାଣିଆ ପ୍ରେମ
ତୁମେ କୁହ ସିନ୍ଧୁ ସୂତା
ଏ କଣ ସମ୍ଭବ??
ପ୍ରେମ ଅଟେ ଚିରନ୍ତନ
ଶାଶ୍ଵତ ତା ସ୍ଥିତି
ଟଳମଳ ହୁଏ ନାହିଁ
ସତ୍ୟ ତାର ରୀତି।
ତିନି ତୁଣ୍ଡେ ନାନା କଥା
ନାନା ଉପଚାର,
ସାଧୁ ଜାଣେ ତୁମ ଆମ
ସତ୍ୟ ବ୍ୟବହାର।
~ ଅଳକା ମହାନ୍ତି ~
ନଭି ମୁମ୍ୱାଇ
1