ଟୋପାଏ ଲୁହ ~ ରାଜେଶ୍ଵରୀ ନାୟକ ~

Topae luha by Rajeshwari Nayak

ଅଳପ ଦିନର ଗଳପ ସରିଛି
ଏଇ ନୀଡ଼ ଘରେ ଆଉକେ ଆସିଛି
କେମିତି ଏ ରାତି ସରୁଛି ।।
ଦିନ ଥିଲା ସେଇ ଘରେ
କେତେ ହସି ଖେଲିଛୁ
ଯିଏ ଯାହା କହିଲେବି
ସବୁ କଥା ସହିଛୁ
ବାଟ ବାଣା ଆଜି ତୁ ,ଲୁହ ଝରାଉଛି ମୁ
ଆଉ ସେଇ ଦିନ ଫେରିବନି ପରଦେଶୀ
ତଥାପି କାହିଁକି ଖୋଜୁଛି
ଅଳପ ଦିନର ଗଳପ ସରିଛି … …।।
ସବୁଠୁ ଦାମିକା ସୁଖ&
ଦେଇଛି ଶାନ୍ତି କେତେ
କେମିତି ଭୁଲିଲୁ ଆଜି
କହିଦେ ଥରେ ମୋତେ
ଦେଖିଥିଲି ସପନ ମୁ ତୋ ଆଖିରେ କେତେ
ଫୁଲ ତୋଳି ଫିଙ୍ଗି ଦେଲୁ ରକତ ଝରୁଛି
ତଥାପି କାହିଁକି ଖୋଜୁଛି
ଅଳପ ଦିନର ଗଲପ ସରିଛି… …ll

 
~ରାଜେଶ୍ଵରୀ ନାୟକ ~
ତିହିଡି, ଭଦ୍ରକ


0

This entry was posted in Literature, Short Poems and tagged , , , , , , , , , , . Bookmark the permalink.