କୋରୋନା ଓ ମଣିଷ ~ ସାଗରିକା ପାଢୀ ~

Corona O Manisha by Sagarika Parhi

ଜୀବନର ଦୋ ଛକିରେ ଆଜି ଏ ମଣିଷ …
ଗୋଟେ ପାଖେ ଜୀଵନ ତ ,
ଆର ପାଖେ କୋରୋନା ରାକ୍ଷାସ ॥

ସୃଷ୍ଟି ହୁଏ ଥଣ୍ଡା ଜ୍ବରେ ଶ୍ମଶାନରେ ଶେଷ…
ଜୁଆଡେ ଦେଖିବ ଖାଲି ଶବ ଓ ପାଉଁଶ…।
ମା ରହି ପୁଅ ଯାଏ ଝିଅ ଥାଇ ବାପ…
କିଏ କୁହେ ରୋଗ ୟାକୁ,
କିଏ କୁହେ ମଣିଷର ପାପ..॥

ଚାରିଆଡ଼େ ହା’ ହା’ କାର ସର୍ବେ ନିର୍ବିକାର…
ମୂଲ୍ୟହୀନ ପାଲଟିଛି ସଂପର୍କର ଡୋର…।
କୋରୋନା ର ଭୟ ଆଜି ସହରଠୁ ଗଳି …
ଯୁଆଡେ ଶୁଣିବ ଖାଲି କାନ୍ଦର ବୋବାଳି …।
ତଥାପି ଏ ମଣିଷ ହୁଏ ନାହିଁ ସଚେତନ…
ନେଉ ପଛେ କୋରୋନା ଲକ୍ଷ ଲକ୍ଷ ର ଜୀବନ…॥

ମଣିଷର ସୃଷ୍ଟି ଇଏ ମଣିଷର କାଳ…
ମଣିଷ ଚାହିଁଲେ ୟାକୁ କରିବ ଦୁର୍ବଳ ..॥
ସର୍ବେ ମିଶି ଚାଲ ଏବେ ହେବା ସଚେତନ,
ନ ଡରି କୋରୋନା କୁ ଦୃଢ କରବା ଏ ମନ…।
ଦେଖିବ କୋରୋନା ହାରି ଯିବ ଆମ ପାଖେ ..
ଫେରିବ ପୂର୍ବ ଅବସ୍ଥା ସର୍ବେ ହେବେ ସୁଖେ…॥

 

~ ସାଗରିକା ପାଢୀ ~

ବାସୁଦେବପୁର୍, ଭଦ୍ରକ


2

This entry was posted in Literature, Short Poems and tagged , , , , , , , , , , , , , , . Bookmark the permalink.