ଓଡିଶା ~ ସୁମିତ୍ରା ବିଶ୍ୱାଳ ~

Short poem Odisha by Sumitra Biswal

ଭାରତ ଦେଶର ସୁନ୍ଦର ରାଜ୍ୟଟି
ଓଡ଼ିଶା ଏହାର ନାମ,
କଳା ସଂସ୍କୃତି ରେ ଭରି ରହିଥାଏ
କୋଣେ ଅନୁକୋଣେ ପ୍ରେମ ॥

ପବିତ୍ର ଦେଶର ପୂରବ ଭାଗରେ
ଅବସ୍ଥିତ ପୂଣ୍ୟ ଭୂମି ..
ସେ ପୂର୍ଣ୍ୟ ଭୂମିରେ ବାସ କରିଛନ୍ତି
ଜଗନ୍ନାଥ ମହାସ୍ଵାମୀ ॥

ଉତ୍କଳ , କଳିଙ୍ଗ ନାମେ ସେ ନାମିତ
ପବିତ୍ର ଏହାର ମାଟି,
ସ୍ନେହ ବନ୍ଧନରେ ସଭିଏଁ ଯେ ବନ୍ଧା
ପର ନୁହେ କେହି ଏଠି ॥

ଧର୍ମ ପରିପୂର୍ଣ୍ଣ କେତେ ଯେ ସହର
ଚାରିଧାମ ପୁଣି ଶ୍ରେୟ
ବାରମାସେ ତେର ପର୍ବ ଯେ ପାଳିବା
ଓଡିଶା ବାସୀଙ୍କ ପ୍ରିୟ ॥

ମନ୍ଦିର ମାଳିନୀ ସହର ଏଇଠି
ସ୍ଵର୍ଗମୟୀ ତୀର୍ଥ ସ୍ଥାନ
ପୁରୀ ,କୋଣାର୍କର କାରୁକାର୍ଯ୍ୟ ଏଠି
ମୋହି ନେଉଥାଏ ମନ ॥

ଧରଣୀ ମାତାର କୋଳରେ ଓଡିଶା
ଥାଏ ପ୍ରକୃତିର ରଂଗ ମାଖି ,
କିବା ହେବ ଏହାର ଗାରିମା
କିଏ ବା ପାରିବ ଲେଖି ॥

 

~ ସୁମିତ୍ରା ବିଶ୍ୱାଳ ~

ଚାନ୍ଦବାଲି, ଭଦ୍ରକ


1

This entry was posted in Literature, Short Poems and tagged , , , , , , , , , , , , , . Bookmark the permalink.